Advertisement

ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟଣା: ଗୁରୁତର ବାପ, ପୁଅ ମୃତ

ଧାମନଗର(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପ, ପୁଅ ଗୁରୁତର ହୋଇଥିଲେ। ରବିବାର ଉଭୟ ବାପା ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ ପୁଅ ଜିତେନ୍ଦ୍ରଙ୍କ କଟକ ମେଡିକାଲରେ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ଶନିବାର ପୂର୍ବାହ୍ନରେ କାଶିମପୁର ଅସୁରାଳୀ ରାସ୍ତାର ଓଉଗଛ ଛକରେ ଥିବା ନିଜ ତେଜରାତି ଦୋକାନ ଖୋଲିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଉଭୟ ପୋଡ଼ି ଯାଇଥିଲେ। ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲ ନେଇଥିଲେ। ସେଠାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share