
ବନ୍ତଳା,୧୫।୩ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଢିପ ସାହିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଢିପସାହିର ଦୟାନିଧି ମୁଦୁଲିଙ୍କ ପୁଅ ସଞ୍ଜୟ ମୁଦୁଲି ଏକ ତେଜରାତି ଦୋକାନ କରିଛନ୍ତି। ସେଥିରେ ସେ ଚୋରାରେ ମଦ ବେପାର କରନ୍ତି । ଶୁକ୍ରବାର ଯାତ୍ରା ଥିବାରୁ ଭଲ ବେପାର ଉଦ୍ଦେଶ୍ୟରେ ବିପୁଳ ପରିମାଣର ବିଦେଶୀ ମଦ ଆଣି ରଖିଥିଲେ। ଖବରପାଇ ବନ୍ତଳା ପୋଲିସ ଚଢ଼ାଉ କରି ବେଆଇନ ଭାବେ ରଖିଥିବା ୧୧୩ ଲିଟର ବିଦେଶୀ ମଦ ଜବତ କରିବା ସହ ସଞ୍ଜୟକୁ ଗିରଫ କରିଛି।