Advertisement

‘ତେଜାବ୍‌’ ଦେଖିବା ପରେ..

ସେତେବେଳେ ତାଙ୍କର ବୟସ ମାତ୍ର ୪ବର୍ଷ। ଏନ୍‌. ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ତଥା ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେଜାବ୍‌’ ଦେଖୁଥାଆନ୍ତି ସେ। ଏତେ କମ୍‌ ବୟସରେ ସେ ଅଭିନୟ ମାୟାରେ ଯେ ବାନ୍ଧି ହୋଇଯିବେ ତାହା କେହି କଳ୍ପନା କରି ନ ଥିଲେ। ଏହି ଫିଲ୍ମଟି ଦେଖିବା ପରେ ଆକ୍ଟିଂ ପ୍ରତି ଆକର୍ଷିତ ହୋଇଥିଲେ। ଆଉ ଏବେ ତାଙ୍କର ସେହି ଆଶା ପୂରଣ ହୋଇଛି। ୨୦୧୨ରେ ରିଲିଜ ହୋଇଥିଲା ‘ଭିକି ଡୋନର’, ଯାହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସେ। ବାସ୍‌, ଏଥର ଅନେକ ଜାଣି ସାରିବେଣି ଯେ ସେହି ଅଭିନେତା ଜଣକ କିଏ। ସେ ହେଲେ ଆୟୁଷ୍ମାନ ଖୁରାନା। ନିକଟରେ ତାଙ୍କ ଅଭିନୀତ କେତୋଟି ଫିଲ୍ମ ହିଟ୍‌ ହେବା ସହ ସେ ନିଜକୁ ନାୟକ ଦୌଡ଼ରେ ସାମିଲ କରିନେଇଛନ୍ତି। ଖାସ୍‌ କଥା ହେଲା ‘ଦମ୍‌ ଲଗା କେ ହୈସା’ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share