Categories: ଜାତୀୟ

ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ

ପାଟନା,୧୯।୫: ବିହାରର ଆର୍‌ଜେଡି ନେତା ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରବିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ ସେ ଭୋଟ ଦେବାକୁ ଯିବା ସମୟରେ ମତଦାନ କେନ୍ଦ୍ର ନିକଟରେ ଜଣେ କ୍ୟାମେରାମ୍ୟାନ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିବା ସେ ପୋଲିସରେ ଅଭିଯୋଗ କରିଛନ୍ତି। ହେଲେ ପ୍ରଥମେ ତେଜ ପ୍ରତାପଙ୍କର ଉକ୍ତ କ୍ୟାମେରାମ୍ୟାନଙ୍କ ସହ କଥା କଟାକଟି ହେବାରୁ ତାଙ୍କ ସୁରକ୍ଷାକର୍ମୀ କ୍ୟାମେରାମ୍ୟାନଙ୍କୁ ମାଡପିଟ କରିଥିବା କୁହାଯାଉଛି। ହେଲେ ତାଙ୍କ ସୁରକ୍ଷାକର୍ମୀ ସେମିତି କିଛି କରି ନାହାଁନ୍ତି ବୋଲି ତେଜ ପ୍ରତାପ ସଫେଇ ଦେଇଛନ୍ତି।

Share