Categories: ଜାତୀୟ

ତେଜ ପ୍ରତାପଙ୍କ ଭିନ୍ନ ଲୁକ୍‌

ପାଟନା,୫।୧: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ କିଛି ନା କିଛି କାରଣ ପାଇଁ ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। କେତେବେଳେ ସାଇକେଲ ଚଲାଇ ହେଉ ତ ପୁଣି କେତେବେଳେ ବଂଶୀ ବଜାଇବା ଢଙ୍ଗରେ ପୁଣି କେତେବେଳେ ଶିବ ଉପାସନା କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ସେ ତାଙ୍କ ଭଣଜାଙ୍କୁ କୋଳରେ ଧରିଥିବାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ଖୁବ୍‌ ସ୍ମାର୍ଟ ଲାଗୁଛନ୍ତି ବୋଲି କେତେଜଣ ୟୁଜର୍ସ ମତ ଦେଇଛନ୍ତି। ସେ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଅଲଗା ହେବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ବେଳେ କିଛିଦିନ ତଳେ ଐଶ୍ୱର୍ଯ୍ୟା ତାଙ୍କ ପିତାଙ୍କ ଘରକୁ ଚାଲି ଯାଇଛନ୍ତି। ଏହାପରେ ତେଜ ପ୍ରତାପଙ୍କର ଏହି ଫଟୋ ସାମ୍ନାକୁ ଆସିଛି।

Share