Categories: ଜାତୀୟ

ତେଜ ପ୍ରତାପ ଗଢିବେ ‘ତେଜ ସେନା’

ପାଟନା,୨୭।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। କିଛିଦିନ ହେବ ଚର୍ଚ୍ଚାରେ ଥିବା ତେଜ ପ୍ରତାପ ଏବେ ଏକ ନୂଆଦଳ ଗଢିବେ ବୋଲି ଶୁଣିବାକୁ ମିଳିଛି। ଗତ ଲୋକ ସଭା ନିର୍ବାଚନରେ ଲାଲୁ-ରାବଡି ମୋର୍ଚ୍ଚା ବିରୋଧରେ କାମ କରିଥିବା ତେଜ ପ୍ରତାପ ଏବେ ‘ତେଜ ସେନା’ ଗଠନ କରିବେ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ପିତା ଲାଲୁ ପ୍ରସାଦ ଯାଦବଙ୍କୁ ହସ୍ପିଟାଲରେ ଭେଟିବା ପରେ ଏବେ ଏଭଳି ଏକ ନିଷ୍କତ୍ତି ନେଇଥିବା କୁହାଯାଏ। ଜୁନ୍‌ ୨୮ରେ ତାଙ୍କର ନୂଆ ଦଳ ଲଞ୍ଚ କରିବ ବୋଲି ସୂଚନା ମିଳିଛି।

Share