Categories: ଜାତୀୟ

‘ତେବେ ବିଳମ୍ବ କାହିଁକି’

ଅଜମେର,୧୨ା୧: ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଥିବାବେଳେ ପିଓକେକୁ ଫେରାଇ ଆଣିବାରେ ବିଳମ୍ବ କାହିଁକି ବୋଲି ଶନିବାର ଅଜମେର ଦରଘା ମୁଖ୍ୟ ଦିଓ୍ବାନ ଜୈନୁଲ ଆବେଦିନ ଅଲି ଖାନ କହିଛନ୍ତି। ପିଓକେକୁ କଶ୍ମୀର ସହିତ ମିଶ୍ରଣ କରାଇ ‘ଅଖଣ୍ଡ କଶ୍ମୀର’ର ସ୍ବପ୍ନ ସାକାର କରାଯାଉ ବୋଲି ଦାବି କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେଙ୍କ ମନ୍ତବ୍ୟକୁ ସ୍ବାଗତ କରି ରାଜସ୍ଥାନର ଅଜମେର ଦରଘା ମୁଖ୍ୟ କହିଛନ୍ତି, ଯେହେତୁ ସେନା ପ୍ରସ୍ତୁତ ହୋଇ ରହିଛି ପିଓକେକୁ ଫେରାଇ ଆଣିବାରେ ଆଉ ଅପେକ୍ଷା କରାଯିବା ଅନୁଚିତ। ପିଓକେକୁ ଆଣିବା ଲାଗି ସେନାକୁ ପାର୍ଲାମେଣ୍ଟ ନିର୍ଦ୍ଦେଶ ଦେବା ଉଚିତ ବୋଲି ସେ ଟୁଇଟ୍‌ କରିଛନ୍ତି।

Share