ତେଲଙ୍ଗାନାରେ ପୁଣି ୧୪ ଦିନ ବଢ଼ିବ ଲକ୍‌ଡାଉନ୍‌

ହାଇଦ୍ରାବାଦ,୭।୪: ଭାରତରେ ଲକ୍‌ଡାଉନ୍‌ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ହେଲେ ତେଲଙ୍ଗାନାରେ ଲକ୍‌ଡାଉନ୍‌ ଏପ୍ରିଲ ୧୪ ପରେ ପୁଣି ୨ ସପ୍ତାହ ବୃଦ୍ଧି କରାଯିବ ବୋଲି ସିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏହାକୁ ସ୍ବୀକୃତି ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ ଏନେଇ କୌଣସି ଘୋଷଣା କରାଯାଇ ନାହିଁ। ତେବେ ରାଓ କହିଛନ୍ତି, ଲକ୍‌ଡାଉନ୍‌ ଅବଧି ବୃଦ୍ଧିକରିବା ଓ କରୋନାକୁ ନିୟନ୍ତ୍ରଣକୁ ଆଣିବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି। ପ୍ରକାଶଥାଉ କି, ତେଲଙ୍ଗାନାରେ ଏବେ ୩୨୧ କରୋନା ସଂକ୍ରମିତ ଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

Share