ତେଲଙ୍ଗାନାରେ ଫଶିିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ

ପଦ୍ମପୁର,୨୭ା୩(ଡି.ଏନ୍‌.ଏ.)- କରୋନାର ମୁକାବିଲା ଲାଗି ସମଗ୍ର ଦେଶରେ ଲକ୍‌ ଡାଉନ୍‌ ଲାଗୁ ହୋଇଥିବା ଘରକୁ ଫେରି ନ ପାରି ଓଡ଼ିଶାର ଭଦ୍ରକ ଜିଲାର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ତେଲଙ୍ଗାନା ରାଜ୍ୟର ମେହବୁବନଗରରେ ଫଶିି ରହିଛନ୍ତି। କାମ ବନ୍ଦ ହୋଇଯାଇଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ସେମାନଙ୍କ ପାଖରେ ପଇସା ନାହିଁ। ବାହାରକୁ ବାହାରିଲେ ପୋଲିସଠାରୁ ମାଡ଼ ଖାଇବାକୁ ପଡ଼ୁଛି। ଏପରି ସ୍ଥିତିରେ ସେମାନେ ଓଡ଼ିଶା ଫେରିବା ପାଇଁ ସାମାଜିକ ଗଣମାଧ୍ୟମରେ ଜିଲା ପ୍ରଶାସନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେମାନଙ୍କ ମଧ୍ୟରେ ସର୍ବାଧିକ ବାସୁଦେବପୁର ବ୍ଲକର ଲୁଙ୍ଗା, ଗୁଆଗଡ଼ିଆ ଓ ଭଦ୍ରକ ବ୍ଲକର ସାହାଡ଼ା ସାବରଙ୍ଗ ପଞ୍ଚାୟତର ଶ୍ରମିକ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି।