Categories: ଜାତୀୟ

ତେଲଙ୍ଗାନା ବିଧାନସଭାରେ ଆସିବ ସିଏଏ ବିରୋଧୀ ସଂକଳ୍ପନାମା

ହାଇଦ୍ରାବାଦ,୧୭ା୨: ଚାରିଟି ଅଣଭାଜପା ରାଜ୍ୟ ପରେ ତେଲଙ୍ଗାନା ବିଧାନସଭାରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ସଂକଳ୍ପନାମା ଆସିବାକୁ ଯାଉଛି। ପାର୍ଲାମେଣ୍ଟରେ ସିଏଏକୁ ବିରୋଧ କରିବା ପରେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କାହିଁକି ଚୁପ୍‌ ବସିଛି ବୋଲି ବିରୋଧୀ ଭାଜପା ପ୍ରଶ୍ନ କରିବା ପରେ ଶାସକ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ତୁରନ୍ତ ସିଏଏକୁ ପ୍ରତ୍ୟାହାର କରନ୍ତୁ ବୋଲି ରବିବାର ତେଲଙ୍ଗାନା ରାଜ୍ୟ କ୍ୟାବିନେଟ ଦାବି କରିଛି। ଧର୍ମ ଆଧାରରେ ନାଗରିକତ୍ୱ ନିରୂପଣ ନ କରିବାକୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ ପ୍ରଗତି ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଅନୁରୋଧ କରାଯାଇଛି। ପ୍ରକାଶ ଯେ, ଏହା ପୂର୍ବରୁ କେରଳ, ପଞ୍ଜାବ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇସାରିଛି।

Share