ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ

ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି ଉଦ୍ଦେଶ୍ୟ ରଖି କୋରାପୁଟ ଜିଲାରେ ୨୦୦୫ରେ ତେଲିଙ୍ଗିର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। କିନ୍ତୁ ପ୍ରକଳ୍ପ ଶୁଭାରମ୍ଭ ସହ ଏହା କାର୍ଯ୍ୟକ୍ଷମ ହେବାକୁ ଲାଗିଗଲା ୧୪ ବର୍ଷ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏହି ଅଧପନ୍ତରିଆ ପ୍ରକଳ୍ପକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ୧୪ ବର୍ଷ ପରେ ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା ସତ; କିନ୍ତୁ ଏଯାବତ୍‌ ଲକ୍ଷ୍ୟଧାର୍ଯ୍ୟ ଚାଷଜମିକୁ ଜଳ ପହଞ୍ଚତ୍ ପାରିନାହିଁ।
କୋରାପୁଟ ଜିଲାର ଚାଷୀଙ୍କ ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୦୫ରେ ଜୟପୁର ବ୍ଲକ ଅନ୍ତର୍ଗତ ରାଣୀଗଡ଼ଠାରେ ତେଲିଙ୍ଗିର ପ୍ରକଳ୍ପର ଭିତ୍ତି ପକାଇଥିଲେ। ପ୍ରଥମେ ୨ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଏହି ପ୍ରକଳ୍ପ ନିର୍ମାଣ ସରିବା ବେଳକୁ ଏହାର ଖର୍ଚ୍ଚ ୧୨ ଶହ କୋଟିରେ ପହଞ୍ଚତ୍ଥିଲା। ପ୍ରକଳ୍ପ ଦ୍ୱାରା ୯୯୫୨ ହେକ୍ଟର ଚାଷଜମି ପାଇଁ ଜଳସେଚନ ଲକ୍ଷ୍ୟ ରଖାଯାଇଥିଲା। ଏଥିରୁ ଜୟପୁର ବ୍ଲକର ୬୨୮ ହେକ୍ଟର ଏବଂ ବୋରିଗୁମ୍ମା ବ୍ଲକର ୯୩୨୨ ହେକ୍ଟର ଚାଷଜମିରେ ଜଳସେଚନ ହେବା କଥା ା କିନ୍ତୁ ଦୀର୍ଘ ୧୪ ବର୍ଷ ପରେ ଏହି ଅପେକ୍ଷିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା ସତ; କିନ୍ତୁ ଚାଷୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଭଲରେ ହେଲାନାହିଁ। ଏଯାବତ୍‌ ଜମିକୁ ପାଣି ପହଞ୍ଚତ୍ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଚାଲିଛି। ବୋରିଗୁମ୍ମା ବ୍ଲକର ବିସିଂପୁର ଅଞ୍ଚଳରେ ଥିବା ଜମିରେ ଜଳ ମାଡୁ ନ ଥିବାରୁ ଶତାଧିକ ଚାଷୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଲିଙ୍ଗିର ପ୍ରକଳ୍ପ ମାଧ୍ୟମରେ ୯୯୫୨ ହେକ୍ଟର ଚାଷଜମିକୁ କେନାଲ ମାଧ୍ୟମରେ ଜଳସେଚନ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଏଥିରୁ ୮୫୦୦ ହେକ୍ଟର ଜମିକୁ କେନାଲ ସଂଯୋଗ କାର୍ଯ୍ୟ ସରିଛି। ବିସିଂପୁର ଅଞ୍ଚଳରେ କିଛି ଜମି ଅଧିଗ୍ରହଣରେ ସସମ୍ୟା ହେଉଥିବାରୁ ବଳକା ୧୪୫୨ ହେକ୍ଟର ଚାଷଜମିକୁ କେନାଲ ସଂଯୋଗ ହୋଇପାରୁ ନାହିଁ। ଅତିଶୀଘ୍ର ଏହାର ସମାଧାନ କରି ଆସନ୍ତା ରବିଋତୁରେ ସମସ୍ତ ଚାଷଜମିକୁ ଜଳସେଚନ କରାଯିବ ବୋଲି ଜଳସେଚନ ଅଧିକାରୀ ଅରୁଣ ସେଠୀ ପ୍ରକାଶ କରିଛନ୍ତି। ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଜିଲାପାଳ ମଧୁସୂଦନ ମିଶ୍ର ତୁରନ୍ତ ଏହାର ସମାଧାନ କରିବା ପାଇଁ ଜଳସେଚନ ବିଭାଗ ଓ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share