ତେଲଙ୍ଗାନାରୁ ଆସିଲେ ୧୬୦ ପ୍ରବାସୀ ଓଡ଼ିଆ

ରାୟଗଡ଼ା ଅଫିସ,୨୦ା୫: ତେଲଙ୍ଗାନା ରାଜ୍ୟକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା,କୋରାପୁଟ, ନବରଙ୍ଗପୁର,କନ୍ଧମାଳ ଓ ମାଲକାନଗିରି ଜିଲାର କିଛି ଲୋକ ଯାଇଥିଲେ। କରୋନା ପାଇଁ ଲକ୍‌ଡାଉନ ହେବାରୁ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଫଳରେ ସେଠାରୁ ସତନ୍ତ୍ର ଟ୍ରେନ୍‌ ଯୋଗେ ବୁଧବାର ସେମାନେ ରାୟଗଡ଼ାରେ ପହଞ୍ଚିଛନ୍ତି। ଗଜପତିର ୪୦, ରାୟଗଡ଼ାର ୧୫,କୋରାପୁଟ ୨୪, ନବରଙ୍ଗପୁରର ୩୧, କନ୍ଧମାଳର ୭ଜଣ ଓ ମାଲକାନଗିରି ଜିଲାର ୪୩ଜଣ ମିଶି ସର୍ବମୋଟ ୧୬୦ଜଣ ଶ୍ରମିକ ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି। ସେହି ପ୍ରବାସୀ ଶ୍ରମିକମାନଙ୍କୁ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡିଡିଆରଡିଏ ଅମିତ ଋତୁରାଜ, ଗୁଣପୁର ଉପଜିଲାପାଳ ବିଏସ୍‌ ବଳରାମ, ଉପଜିଲାପାଳ ରାୟଗଡ଼ା ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ। ଅନ୍ୟରାଜ୍ୟରୁ ଆସି ରାୟଗଡ଼ାର ବିଭିନ୍ନ ଅଭ୍ୟର୍ଥନା କେନ୍ଦ୍ରରେ ରହିଥିବା ବଲାଙ୍ଗୀର ଓ ନୂଆପଡ଼ା ଶ୍ରମିକମାନଙ୍କୁ ନିଜ ନିଜ ଜିଲାକୁ ୧୩ଟି ବସ୍‌ରେ ପଠାଯାଇଥିଲା। ବଲାଙ୍ଗୀରକୁ ୧୨ଟି ବସ୍‌ ଓ ନୂଆପଡ଼ାକୁ ଗୋଟିଏ ବସ୍‌ରେ ପ୍ରବାସୀମାନଙ୍କୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

ପୁରୀ,୧୬।୩: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର...

ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି...

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

ରକ୍ତରେ ଖେଳିଲେ ହୋଲି: ଗୋଟିଏ ଦିନରେ ଗଡ଼ିଲା ୬ ମୁଣ୍ଡ

ଭୁବନେଶ୍ୱର,୧୬।୩: ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରଙ୍ଗ ବଦଳରେ ବୋହିଲା ରକ୍ତ । ରାଜ୍ୟର ୫ ପ୍ରମୁଖ ସହରରେ...

ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର

ଭୁବନେଶ୍ବର,୧୫।୩: ଭୁବନେଶ୍ବର ବୁଦ୍ଧବିହାରରେ ଶନିବାର ରାତିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ...

ବିଦ୍ୟୁତ୍‌ ତାର ଚୋରି କରିବା ପଡ଼ିଲା ମହଙ୍ଗା

ଟିଟିଲାଗଡ଼୧୫।୩(ଶରତ ମିଶ୍ର): ବିଦ୍ୟୁତ୍‌ ତାର ଚୋରି କରିବା ଅଭିଯୋଗରେ ଟିଟିଲାଗଡ଼ ଥାନା ପୋଲିସ ଶନିବାର ୫ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡିର ନିରାକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image