ହାଇଦ୍ରାବାଦ,୨।୮: ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୁନମ ପ୍ରଭାକର ଗୌଡ ଶୁକ୍ରବାର କହିଛନ୍ତି ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ପରିଚାଳିତ ହେଉଛି। ସେ କହିଛନ୍ତି ଭାଜପାର ଚାବିକାଠି କେସିଆର୍ଙ୍କ ହାତରେ। ତେଣୁ ଦଳକୁ ମଜଭୁତ କରିବାକୁ ହେଲେ ତାଙ୍କ ହାତରୁ ଭାଜପା ଚାବିକାଠି ନେବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି କି ଏବେ ଯାହା ଆଲୋଚନା ହେଉଛି କି ବିରୋଧି ଦଳ ନେତାମାନେ ଭାଜପାରେ ଯୋଗ ଦେଉଛନ୍ତି ତାହା ମିଥ୍ୟା। କାରଣ ଏପର୍ଯ୍ୟନ୍ତ କୌଣସି କଂଗ୍ରେସ ନେତା ଭାଜପାରେ ଯୋଗ ଦେଇ ନାହାଁନ୍ତି କି ଆଗକୁ ଯୋଗ ଦେବେ ନାହିଁ। ତେବେ ତେଲେଙ୍ଗାନେରେ ଭାଜପା କେସିଆର୍ଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ସହଯୋଗ କରୁଛି ବୋଲି ଗୌଡ କହିଛନ୍ତି।