ହାଇଦ୍ରାବାଦ,୩୦।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର କର୍ମୀ ଆସିଫାବାଦ ଜିଲାରେ ବୃକ୍ଷରୋପଣ ପାଇଁ ପହଞ୍ଚିଥିବା ପୋଲିସ ଓ ବନ କର୍ମଚାରୀଙ୍କୁ ଖୁବ୍ ପିଟିଛନ୍ତି। ଏହି ସମୟରେ ଟ୍ରାକ୍ଟର ଉପରେ ଥିବା ଜଣେ ମହିଳା ପୋଲିସଙ୍କୁ ମଧ୍ୟ ଏମାନେ ଛାଡି ନାହାଁନ୍ତି। ଉଭୟ ପକ୍ଷଙ୍କୁ ମହିଳା ପୋଲିସ ଜଣଙ୍କ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଟିଆର୍ଏସ୍ କର୍ମୀମାନେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।