Categories: ଜାତୀୟ

ତେଲେଙ୍ଗାନାରେ ସ୍ବାଇନ ଫ୍ଲୁ ରୋଗୀ

ହାଇଦ୍ରାବାଦ,୧୯।୧: ତେଲେଙ୍ଗାନରେ ଏବେସୁଦ୍ଧା ୧୫୦ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍‌ ପ୍ରିଭେନ୍‌ଟିଭ୍‌ ମେଡିସିନର ନିର୍ଦ୍ଦେଶକ ଡାକ୍ତର ଶଙ୍କର। ସେ କହିଛନ୍ତି ପୂର୍ବ ବର୍ଷ ତୁଳନାରେ ଏହା କମ୍‌ ରହିଛି। ହେଲେ ହେଲେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ୩୭୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙକ ମଧ୍ୟରୁ ୧୫୦ଜଣ ପଜିଟିଭ ବୋଲି ଚିନଟ ହୋଇଛନ୍ତି। ତେଲେଙ୍ଗାନା ସରକାର ଏହାକୁ ନେଇ ସାରା ରାଜ୍ୟରେ ମେଡିକାଲ ଷ୍ଟାଫ୍‌ ଆଲର୍ଟ ରଖିଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛିବର୍ଷ ହେବ ସ୍ବାଇନ୍‌ ଫ୍ଲୁରେ ତେଲେଙ୍ଗାନାରେ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ପ୍ରଥମେ ପ୍ରଥମେ ଏହା ଚିହ୍ନଟ ହେବା ପୂର୍ବରୁ ବହୁ ଲୋକ ପ୍ରାଣ ହରାଉଥିଲେ। ହେଲେ ଏବେ ଏହି ସଂଖ୍ୟା କମ୍‌ ହୋଇଛି ବୋଲି କୁହାଯାଉଛି।

Share