ତେଲେଙ୍ଗାନା ଇଟାଭାଟିରେ ୪୧ଶ୍ରମିକ

ନୂଆପଡା ଅଫିସ,୨୯ା୩- ସାରା ଦେଶରେ ଲକଡାଉନ। ଆଗକୁ କଅଣ ହେବ ଅନିଶ୍ଚିତତା ମଧ୍ୟରେ ଲୋକ ଜୀବନ ବଞ୍ଚାଇବାକୁ ରାହା ଖୋକୁଛନ୍ତି। ଏଭଳି  ସ୍ଥିତିରେ ରାଜ୍ୟ ବାହାରେ ଇଟାଭାଟିଗୁଡିକରେ ଫସି ରହିଛନ୍ତି ଶ୍ରମିକମାନେ । ତେଲେଙ୍ଗାନାର ବୋମାଲା ରମାରାମ ପୋଲିସ ଷ୍ଟେଶନ ଅନ୍ତର୍ଗତ କେଶବପୁର ଗାଁରେ ନୂଆପଡା ଜିଲା କାଣ୍ଡେତରାର ୭ଜଣ ଏବଂ ବରଗଡ ଜିଲାର ୩୪ଜଣ ଶ୍ରମିକ ଫସି ରହିଥିବା ଖବର ହସ୍ତଗତ ହୋଇଛି । ଶ୍ରମିକମାନେ ସ୍ଥାନୀୟ ପ୍ରଶାସନକୁ ଜଣାଇବାର କୌଣସି ସୁଯୋଗ ପାଉ ନ ଥିବାରୁ ବାଧ୍ୟ ହୋଇ ଫୋନ ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଛନ୍ତି।