Categories: ଜାତୀୟ

ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଚଣ୍ଡିଗଡ଼,୨୯।୮: ହରିୟାଣାର ବଲ୍ଲଭଗଡ଼ର ଆସୋଟିଠାରେ ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳ ୭ଟା ୪୩ରେ ଏକ୍ସପ୍ରେସ୍‌ର ବ୍ରେକ୍‌ ବାଉଣ୍ଡିଙ୍ଗ୍‌ରେ ନିଆଁ ଲାଗିଥିବା ରେଳବିଭାଗ ପକ୍ଷରୁ କୁହାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଖବର ପାଇ ଉତ୍ତର ରେଲଓ୍ବେର ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ୍‌ କରିଛନ୍ତି। ଟ୍ରେନ୍‌ ଟି ହାଇଦ୍ରାବାଦ୍‌ରୁ ଦିଲ୍ଲୀ ଆସୁଥିଲା। ଏହାଯୋଗୁ ଫରିଦାବାଦ୍‌-ପଲଓ୍ବଲ୍‌ ରୁଟ୍‌ରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

Share