Categories: ଜାତୀୟ

ତେଲେଙ୍ଗାନା ଗଠନ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨।୬: ତେଲେଙ୍ଗାନା ଗଠନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାଜ୍ୟବାସୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସୂଚନାଯୋଗ୍ୟ, ୨ ଜୁନ୍‌ ୨୦୧୪ରେ ତେଲେଙ୍ଗାନା ରାଜ୍ୟ ଔପଚାରିକ ଭାବେ କାର୍ଯ୍ୟକାରୀ ହୋଇଥିଲା। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ହାତକୁ ନେଇଥିଲେ।

Share