Categories: ଜାତୀୟ

ତେଲେଙ୍ଗାନା ଗଣ ବଳାତ୍କାର ମାମଲା: ହାଇକୋର୍ଟରେ ଏନ୍‌କାଉଣ୍ଟରର ଶୁଣାଣି

ହାଇଦ୍ରାବାଦ,୯।୧୨: ତେଲେଙ୍ଗାନାର ଭେଟରିନାରୀ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟରକୁ ନେଇ ସୋମବାର ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି ହେବ। କୋର୍ଟ ଅଭିଯୁକ୍ତଙ୍କ ମୃତଦେହକୁ ୯ ଡିସେମ୍ବର ରାତି ୮ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଯାଞ୍ଚ ପାଇଁ ଏକ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ହାଇଦ୍ରାବାଦର ସାଇବରାବାଦ ପୋଲିସ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯିବା ସହ ଏନକାଉଣ୍ଟରକୁ ଭୁଲ୍‌ ବୋଲି ଦର୍ଶାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏସ୍‌ଆଇଟି ଗଠନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ଏହି ଟିମ୍‌ ଏନ୍‌କାଉଣ୍ଟର ସହ ଜଡିତ ସମସ୍ତ ତଥ୍ୟକୁ ନେଇ ଯାଞ୍ଚ କରିବ।

Share