Categories: ଜାତୀୟ

ତେଲେଙ୍ଗାନା ମହିଳା ତହସିଲଦାର ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୪।୧୧: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲାରୁ ସୋମବାର ଏକ ବିଚଳିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତହସିଲଦାରଙ୍କୁ କେହି ଜଣେ ଦୁର୍ବୃତ୍ତ ଜୀବନ୍ତ ଜଳାଇ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ତହସିଲଦାର ବିଜୟା ରେଡ୍ଡି କାର୍ଯ୍ୟାଳୟରେ ଥିବା ବେଳେ ହଠାତ୍‌ ଜଣେ ଦୁର୍ବୃତ୍ତ ପଶି ଆସି ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏହାପରେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡରେ ବିଜୟାଙ୍କ ମୃତ୍ୟୁ ହୋଇଛି। ନିଆଁ ଲାଗିବା ପରେ ବିଜୟାଙ୍କ ଚିତ୍କାର ଶୁଣି ସମେସ୍ତ ଚ୍ୟାମ୍ବର ଭିତରକୁ ଆସିଥିଲେ। ସେତିକି ବେଳକୁ ତାଙ୍କର ଶରୀରର ଅଧାରୁ ଅଧିକ ଅଂଶ ଜଳିଯାଇଥାଏ। ଜଣେ ବ୍ୟକ୍ତି ତାଙ୍କୁ ବଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

Share