Categories: ଜାତୀୟ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଥିଲେ, ଲୋକେ ଶୀଘ୍ର ଫଳାଫଳ ଚାହୁଁଛନ୍ତି: ୬ ଘଣ୍ଟାରେ ଅଭିଯୁକ୍ତ ସଫା

ହାଇଦ୍ରାବାଦ୍‌,୬।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମା ରାଓ ହାଇଦ୍ରାବାଦ୍‌ ଏନକାଉଣ୍ଟର ପୂର୍ବରୁ ଏକ ବୟାନ ଦେଇଥିଲେ। ଯାହା ଏବେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ସେ ଏନକାଉଣ୍ଟର ପୂର୍ବଦିନ ଅର୍ଥାତ୍‌ ଗୁରୁବାର ଦିନ ଗଣମାଧ୍ୟମରେ କହିଥିଲେ, ଗଣବଳାତ୍କାର ମାମଲାରେ ଲୋକେ ଶୀଘ୍ର ଫଳାଫଳ ଚାହୁଁଛନ୍ତି। କେଟି ଏକଥା କହିବାର ମାତ୍ର ୬ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତ ଏନକାଉଣ୍ଟରେ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦରାବାଦ ଡାକ୍ତରାଣୀ ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ପୋଲିସ ଗୁରୁବାର ରାତିରେ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବାବେଳେ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଭୋର ପ୍ରାୟ ୩ଟାରୁ ୬ ଟା ମଧ୍ୟରେ ଏହି ଘଟଣା ଘଟିଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ ୪ ଜଣଙ୍କୁ ଏନକାଉଣ୍ଟର କରାଯାଇଛି।

Share