ତେଲ୍‌କୋଇ ବସଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଧକ୍କାରେ ଜଣେ ମୃତ: ଜିଲା ମେଡିକାଲରେ ଉତ୍ତେଜନା

କେନ୍ଦୁଝର, ୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ନଂ. ଜାତୀୟ ରାଜପଥର ତେଲ୍‌କୋଇ ବସ୍‌ଷ୍ଟାଣ୍ଡ ନିକଟରେ ଶନିବାର ଏକ ଟ୍ରକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଅଟପୁରର ପ୍ରଦୀପ ଦାସ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।
ପ୍ରକାଶ ଯେ, ପ୍ରଦୀପ ମୋଟରସାଇକେଲ ରଖି ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଟ୍ରକ୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛି।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଏହି ୪୯ନଂ. ଜାତୀୟ ରାଜପଥର ମୋଚିବନ୍ଧ ସ୍କୁଲ ସମ୍ମୁଖରେ ଟ୍ରକ ଚାପାରେ ଜଣଙ୍କର ମୃତ୍ୟୁ ଘଟିଥିଲା।