ତେଲ ଟ୍ୟାଙ୍କର ବିସ୍ଫୋରଣ: ୬୨ ନିହତ

ଦାର୍‌ ଏସ୍‌ ସଲାମ (ତାଞ୍ଜାନିଆ),୧୧ା୮: ତାଞ୍ଜାନିଆର ମୋରୋଗୋରୋ ସହରରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନୂ୍ୟନ ୭୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାଗ୍ରସ୍ତ ଏହି ଟ୍ୟାଙ୍କରରୁ ଶନିବାର ଲୋକମାନେ ତେଲ ଚୋରି କରୁଥିବାବେଳେ ତାହା ବିସ୍ଫୋରଣ ହୋଇଥିଲା। ପୂର୍ବ ଆଫ୍ରିକୀୟ ଦେଶରେ ଏହା ସବୁଠୁ ଭୟାବହ ଦୁର୍ଘଟଣା ବୋଲି କୁହାଯାଉଛି। ତାଞ୍ଜାନିଆ ସରକାର ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି।
ଆର୍ଥିକ କେନ୍ଦ୍ର କୁହାଯାଉଥିବା ଦାର୍‌ ଏସ୍‌ ସଲାମ୍‌ଠାରୁ ୨୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ଉକ୍ତ ଟ୍ୟାଙ୍କରରୁ ତେଲ ସଂଗ୍ରହ କରିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇଥିବାବେଳେ ତାହା ବିସ୍ଫୋରଣ ହୋଇଥିଲା ବୋଲି ଆସୋସିଏଟେଡ୍‌ ପ୍ରେସ୍‌ ପକ୍ଷରୁ କୁହାଯାଇଛି।

Share