ତୈମୁରଙ୍କ ହାତରେ ଟାଟୁ

ମୁମ୍ବାଇ,୧।୬: ନିକଟରେ ଶାହରୁଖ ଖାଁ ନିଜ ସାନ ପୁଅ ଅବରାମଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ। ଏହି ବାର୍ଥଡେ ପାର୍ଟିରେ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁଙ୍କ ସହ ତୈମୁର ମଧ୍ୟ ପହଞ୍ଚିଥିଲେ। ପାର୍ଟିରେ ତୈମୁର ଖୁବ୍‌ ଏନଜୟ କରିବା ସହ ନିଜ ହାତରେ ଟାଟୁ କରିଥିବା ଦେଖିବାକୁ ମିଳିଛି। ତୈମୁରଙ୍କୁ ଟାଟୁର ବହୁ ସଉକ ରହିଥିବା ଜଣାପଡ଼ିଛି। ତୈମୁର ଟାଟୁ ତିଆରି କରଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ତୈମୁର ପିଙ୍କ କଲରର ଶାର୍ଟ ପିନ୍ଧିଥିବା ବେଳେ ଡେନିମ ଜିନ୍ସରେ ସବୁଥର ଭଳି ଖୁବ୍‌ କ୍ୟୁଟ ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share