ତୈମୁର-ଇନାୟାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଶିଶୁ ଦିବସ ଅବସରରେ ସୋହା ଆଲ୍ଲି ଖାଁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ଫଟୋଟି ହେଉଛି ଶୈଫ ଓ କରୀନାଙ୍କ ପୁଅ ତୈମୁର ଅଲ୍ଲି ଖଁା ଓ ଭାଣିଜୀ ଇନାୟା ଖେମୁଙ୍କର। ଏଥିରେ ଦୁଇ ଭାଇ ଭଉଣୀ ବେଶ୍‌ କ୍ୟୁଟ ଦେଖାଯାଉଛନ୍ତି। ତୈମୁର ଆଇସ୍କ୍ରିମ୍‌ ଖାଉଥିବା ବେଳେ ଭଉଣୀ ଇନାୟାଙ୍କ ପାଟିରୁ ଲାଳ ବାହାରୁଥିବା ଦେଖିବାକୁ ମିଳିଛି। ଇନାୟାଙ୍କ ପାଟିରେ ଆଇସ୍କ୍ରିମ୍‌ ଲାଗିଥିବା ବେଳେ ଆହୁରି ଖାଇବା ପାଇଁ ସେ ତୈମୁରଙ୍କ ଆଡକୁ ଚାହିଁଛନ୍ତି। ଉକ୍ତ ଫଟୋରେ ଦୁହେଁ ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ଦୁଇଜଣଙ୍କର ନୀରିହତାର ଦୃଶ୍ୟ ନଜର ଆସିଛି। ଏହି ଫଟୋକୁ ସୋହା ଶେୟାର କରିବା ସହ ନିଜ ପିଲା ବେଳର ସ୍ମୃତିକୁ ମନେପକାଇଛନ୍ତି। ସେ କ୍ୟାପଶନ୍‌ରେ ଲେଖିଛନ୍ତି, ନିଜର ଆଇସ୍କ୍ରିମ ନ ଥାଇ ମଧ୍ୟ ସେଥିରୁ ପ୍ରଥମ ବାଇଟ୍‌ ଖାଇବା ଏହା ପିଲାବେଳେ ବେଶ୍‌ ଆନନ୍ଦ ଦେଇଥାଏ। ତେବେ ଇନାୟା ଓ ତୈମୁରଙ୍କ ଭିତରେ ଭଲ ବଣ୍ଡିଂ ଥିବା ବେଳେ ବହୁ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ। ଷ୍ଟାର କିଡସ୍‌ ଭାବେ ଦୁହେଁ ବେଶ୍‌ ପପୁଲାର ଥିବା ବେଳେ ତାଙ୍କ ଫଟୋ ଓ ଭିଡିଓ ଅନେକ ସମୟରେ ଚର୍ଚ୍ଚା ସାଉଁଟିଥାଏ। ତେବେ ଇନୟା ଓ ତୈମୁରଙ୍କ ଏହି ଫଟୋ ଏବେକାର ବେଷ୍ଟ ଫଟୋ ବୋଲି ପ୍ରଶଂସକ କହିଛନ୍ତି।

Share