ତୈମୁର ଭାଙ୍ଗିଲେ ଦହିହାଣ୍ଡି: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨୫।୮: ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଶବ୍ୟାପି ପାଳିତ ହୋଇଥିବାବେଳେ ବଲିଉଡ୍‌ ଅଭିନେତା ଶୈଫ୍‌ ଅଲ୍ଲୀ ଖାଁ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାଁ ଏହି ଉତ୍ସବ ପାଳନ କରିଛନ୍ତି। ସେ ଦହିହାଣ୍ଡି ବେଶ୍‌ ଆନନ୍ଦରେ ଭାଙ୍ଗିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତୈମୁର ତାଙ୍କ କେୟାର ଟେକରଙ୍କ କାନ୍ଧରେ ବସି ଦହିହାଣ୍ଡି ଭାଙ୍ଗୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ସମୟରେ ସେ ଟି-ଶର୍ଟ ସହିତ ହାପ୍‌ ପ୍ୟାଣ୍ଟ୍‌ ପିନ୍ଧିଛନ୍ତି। ବିଭିନ୍ନ ରଙ୍ଗର ବେଲୁନ ସହିତ ଟଙ୍ଗା ଯାଇଥିବା ଦହିହାଣ୍ଡିକୁ ଦେଖି ତୈମୁର ବେଶ୍‌ ଖୁସି ହୋଇଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

Share