Categories: ବାଣିଜ୍ୟ

ତୈଳ କମ୍ପାନୀ ମିଶ୍ରଣ ଯୋଜନା ନାହିଁ

ନୂଆଦିଲ୍ଲୀ,୯-୭: ଦେଶର ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକୁ ମିଶ୍ରଣ ନେଇ କୌଣସି ଯୋଜନା ବର୍ତ୍ତମାନ ନାହିଁ। ଏ ସଂକ୍ରାନ୍ତ କୌଣସି ପ୍ରସ୍ତାବ ଉପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ବିଚାର କରୁନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚ୍‌ପିସିଏଲ୍‌)ରେ ଥିବା ସରକାରଙ୍କ ଅଂଶଧନକୁ ଗତବର୍ଷ ରାଷ୍ଟ୍ରାୟତ୍ତ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେଶନ(ଓଏନ୍‌ଜିସି) ଅଧିଗ୍ରହଣ କରିଛି। ସେହିଭଳି ରାଷ୍ଟ୍ରାୟତ୍ତ ଗେଲ୍‌ ଇଣ୍ଡିଆକୁ ଇଣ୍ଡିଆନ ଅଏଲ ଏବଂ ଭାରତ ପେଟ୍ରୋଲିୟମ ଅଧିଗ୍ରହଣ ନେଇ ଇଛୁକ ଥିବା ସେ କହିଛନ୍ତି। ଏହି ଦୁଇ ସଂସ୍ଥା ଭିନ୍ନ ଭାବେ ଗେଲ୍‌ର ଅଧିଗ୍ରହଣ ନେଇ ଇଛୁକ ଥିବା ୨୦୧୮ ଫେବୃୟାରୀରେ ପ୍ରସ୍ତାବ ରହିଥିଲା। ବର୍ତ୍ତମାନ ଗେଲ୍‌ ଇଣ୍ଡିଆରେ ସରକାରଙ୍କର ୫୪.୮୯% ଅଂଶଧନ ରହିଛି।

Share