ତୈଳ ଟ୍ୟାଙ୍କର ଉପରେ ଜଳଦସ୍ୟୁଙ୍କ ଆକ୍ରମଣ: ୨୦ ଭାରତୀୟଙ୍କୁ କଲେ ଅପହରଣ

ଅବୁଜା,୧୭।୧୨: ପଶ୍ଚିମ ଆଫ୍ରିକାର ଗିନି ଉପକୂଳ ଅଞ୍ଚଳରେ ଏକ ତୈଳ ଟ୍ୟାଙ୍କର ଉପରେ ଜଳଦସ୍ୟୁମାନେ ଆକ୍ରମଣ କରିଛନ୍ତି। ଏଥିରେ ଥିବା ୨୦ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରିନେଇଛନ୍ତି। ତୈଳ ଟ୍ୟାଙ୍କରଟି ଆଙ୍ଗୋଲାର ଲୁଣ୍ଡାରୁ ଟୋଗୋସ୍ଥିତ ଲୁମ୍‌କୁ ଯାତ୍ରା କରୁଥିଲା। ଏହା ଡିସେମ୍ବର ୧୫ ସକାଳ ୭ରୁ୮ ମଧ୍ୟରେ ଘଟିଥିବା କୁହାଯାଉଛି। ଏନେଇ ଭାରତୀୟ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଚଳିତ ବର୍ଷ ଏହାକୁ ମିଶାଇ ଏଭଳି ୩ଟି ଘଟଣା ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୋମବାର ଟ୍ୟାଙ୍କର ସହିତ ଯୋଗାଯୋଗ ହୋଇ ନ ପାରିବାରୁ ନାଇଜେରିଆ ସ୍ଥିତ ଅଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରାଯାଇଥିଲା। ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

Share