Categories: ଜାତୀୟ

ତ୍ରିପୁରାରେ ବଳି ବନ୍ଦ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଅଗରତଲା,୨୮।୯: ଜୀବିତ ରହିବା ପ୍ରତି ପ୍ରାଣୀଙ୍କର ମୌଳିକ ଅଧିକାର। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏନେଇ ତ୍ରିପୁରା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଅନ୍ତର୍ଗତ ଏଣିକି ରାଜ୍ୟରେ ପ୍ରଚଳିତ ପ୍ରରମ୍ପରା ଅନୁସାରେ କୌଣସି ବଳି ଦିଆ ଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଏଭଳି ଅନ୍ଧବିଶ୍ୱାସକୁ ଆଉ ପ୍ରଶୟ ଦିଆଯିବ ନାହିଁ। ଏନେଇ ରାଜ୍ୟର ସମସ୍ତ ମନ୍ଦିରରେ ରୋକ ଲଗାଯାଇଛି। ବିଚାରପତି ସଞ୍ଜୟ କରୋଲ ଏବଂ ବିଚାରପତି ଅରିନ୍ଦମ ଲୋଧଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି।

Share