ତ୍ରିପୁରାର ୧୧୬ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୦୨ ବିଏସ୍‌ଏଫ୍‌ କର୍ମଚାରୀ

ଅଗରତାଲା,୯।୫: ତ୍ରିପୁରାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ ୧୦୨ ଜଣ ବିଏସ୍‌ଏଫ୍‌ କର୍ମଚାରୀ ରହିଛନ୍ତି। ୮୬ ବାଟାଲିୟନ୍‌ର ଯବାନଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ସଂକ୍ରମିତଙ୍କ ମଧ୍ୟରେ ୧୪ ଜଣ ସାଧାରଣ ଲୋକ ରହିଛନ୍ତି। ଇତିମଧ୍ୟରେ ୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଅଗରତାଲାର ଭଗତ ସିଂ ୟୁଥ୍‌ ହଷ୍ଟେଲକୁ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ଚିକିତ୍ସା କେନ୍ଦ୍ରରେ ପରିଣତ କରିବାର ଯୋଜନା କରିଛନ୍ତି। ଏହି କେନ୍ଦ୍ର ଜିବି ହସ୍ପିଟାଲ ନିୟନ୍ତ୍ରଣରେ ରହିବ। ସେହିପରି ଜିବି ହସ୍ପିଟାଲରେ ୮୦ ଏବଂ ଆଇଜିଏମ୍‌ରେ ୩୦ଟି କରୋନା ଶଯ୍ୟା ସ୍ଥାପନ କରାଯାଇଛି।

Share