Categories: ଜାତୀୟ

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ,୧୬।୭: ଗୁରୁପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସକାଳୁ ଲକ୍ଷାଧିକ ଭକ୍ତ ‘ତ୍ରିବେଣୀ ସଙ୍ଗମ’ରେ ବୁଡ଼ ପକାଇ ପୂଜାର୍ଚ୍ଚନା କରିଛନ୍ତି। ଏହିଦିନ ‘ତ୍ରିବେଣୀ ସଙ୍ଗମ’ରେ ବୁଡ ପକାଇଲେ ପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପଟେ ନାଗପୁରରେ ଥିବା ଶିରିଡି ସାଇଙ୍କ ମନ୍ଦିରରେ ମଧ୍ୟ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଛି। ଗୁରୁପୂର୍ଣ୍ଣିମାକୁ କେହି କେହି ଶିରିଡି ସାଇଙ୍କ ଜନ୍ମଦିନ କହୁଥିବାରୁ ଏହିଦିନ ମଧ୍ୟ ମନ୍ଦିରରେ ଲୋକେ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥାଆନ୍ତି।

Share