‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ ଆଉ ଏକ ସିନେମାରେ ମଧ୍ୟ କାମ କରିବେ ବୋଲି ଜଣାପଡ଼ିଛି। ଯାହାର ନାମ ରହିଛି ‘ତ୍ରିଭଙ୍ଗ’। ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର କାହାଣୀ ତିନୋଟି ପିଢ଼ି ଉପରେ ପର୍ଯ୍ୟବଶିତ ହେବ। ଏହି ୩ ପ୍ରମୁଖ ଚରିତ୍ରରେ ନଜର ଆସିବେ କାଜଲ, ଶବାନା ଆଜମୀ ଏବଂ ମିଥିଳା ପାଲକର। ଖାସ୍‌ କଥା ହେଲା ‘ହମ୍‌ ଅପ୍‌କେ ହୈଁ କୌନ୍‌’ରେ ସଲମାନ୍‌ଙ୍କ ଭାଉଜ ଚରିତ୍ରରେ ଅଭିନୟ କରିଥିବା ରେଣୁକା ଶହାନେ ଏଥିରେ ନିର୍ଦ୍ଦେଶନା ଦେବେ। ୧୦ ବର୍ଷ ପୂର୍ବେ ରେଣୁକା ଏକ ମରାଠୀ ସିନେମାରେ ନିର୍ଦ୍ଦେଶନା ଦେଇ ସାରିଛନ୍ତିି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତାଙ୍କ ଚୟନ ହୋଇ ନ ଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ହେବ ବୋଲି ଜଣାପଡ଼ିଛି। ରେଣୁକାଙ୍କ ସ୍ବାମୀ ତଥା ଅଭିନେତା ଆଶୁତୋଷ ରାଣାଙ୍କୁ ମଧ୍ୟ ଫିଲ୍ମରେ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।

Share