Categories: ଜାତୀୟ

ତ୍ରିରଙ୍ଗା ପତାକା ପ୍ରସ୍ତୁତ ପାଇଁ ଘର ବିକିଲେ ଏହି ବ୍ୟକ୍ତି

ହାଇଦ୍ରାବାଦ୍‌, ୧୬।୫: ଦେଶର ପତାକା ପ୍ରତି ସମସ୍ତ ନାମରିକଙ୍କ ସମ୍ମାନ ଭାବ ଥାଏ। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ। ଏଠାରେ ଜଣେ ବ୍ୟକ୍ତି ତ୍ରିରଙ୍ଗା ପାଇଁ ନିଜ ଘର ବିକ୍ରି କରିଦେଇଛନ୍ତି। ବ୍ୟକ୍ତିଙ୍କ ନାମ ଆର୍‌ ସତ୍ୟନାରାୟଣ। ପେସାରେ ସେ ଜଣେ ବୁଣାକାର। ତ୍ରିରଙ୍ଗାକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିବା ପାଇଁ ତାଙ୍କର ବହୁଦିନରୁ ଇଚ୍ଛା ଥିଲା। ବିନା କପଡା ଯୋଡି ଗୋଟିଏ କପଡାରେ ସେ ପତାକା ପ୍ରସ୍ତୁତ କରିବାକୁ ଚାହୁଁଥିଲେ। ଏହାକୁ ପ୍ରସ୍ତୁତ ପାଇଁ ସାଢେ ୬ ଲକ୍ଷ ଟଙ୍କା ଆବଶ୍ୟକ ଥିଲା। ଏଥିପାଇଁ ସେ ନିଜ ଘର ବିକି ଦେଇଥିଲେ। ଏହି ଟଙ୍କାରେ ସେ ୪ବର୍ଷ ଧରି ତ୍ରିରଙ୍ଗା ପ୍ରସ୍ତୁତ କରିଥିଲେ। ୧୨ ଫୁଟ ଲମ୍ବର ଏହି ତ୍ରିରଙ୍ଗା ଲାଲକିଲାରେ ଉଡିବାକୁ ସେ ଚାହୁଁଛନ୍ତି ବୋଲି କହିଛନ୍ତି। ଆଜିପର୍ଯ୍ୟନ୍ତ ଗୋଟିଏ କପଡାରେ ଦେଶରେ ତ୍ରିରଙ୍ଗା ପ୍ରସ୍ତୂୁତ ହୋଇନାହିଁ, ମୋ ଦ୍ୱାରା ପ୍ରସ୍ତୁତ ଏହା ପ୍ରଥମ ବୋଲି ସେ ଦାବି କରିଛନ୍ତି। ଏହି ତ୍ରିରଙ୍ଗାକୁ ସେ ବିଶାଖାପାଟନମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଦେଇଛନ୍ତି।

Share