Categories: ଗଞ୍ଜାମ

ତ୍ରିରଙ୍ଗା ଯୁବକ ସଂଘ କାର୍ଯ୍ୟକର୍ତ୍ତା ମନୋନୀତ

ହିଞ୍ଜିଳିକାଟୁ,୪ା୬(ଡ଼ି.ଏନ୍‌.ଏ)-ହିଞ୍ଜିଳିକାଟୁ ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ତ୍ରିରଙ୍ଗା ଯୁବକ ସଂଘ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସନ୍ଧ୍ୟାରେ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଥିଲା। ସାଧାରଣ ପରିଷଦ ପାଇଁ ନୂତନ ସଭ୍ୟଙ୍କୁ ମନୋନୀତ କରାଯାଇଥିଲା। କର୍ମକର୍ତ୍ତା ଭାବେ ଉପସଭାପତି – ପ୍ରଭାତ କୁମାର ମହାରଣା, ସମ୍ପାଦକ – ଚିମନ ସାହୁ, ରଜତ କୁମାର ମହାରଣା, କିରଣ କୁମାର ପୃଷ୍ଟି ଓ କୋଷାଧ୍ୟକ୍ଷ ଭାବେ ସିପୁନ ପାଢ଼ୀ ସର୍ବ ସମ୍ମତ ମନୋନୀତ ହୋଇଥିଲେ। ଆସନ୍ତା ବର୍ଷା ଋତୁରେ ଅଧିକ ଚାରା ରୋପଣ କରି ପୌରାଞ୍ଚଳରେ ସବୁଜ ବଳୟ ସୃଷ୍ଟି ପାଇଁ ମତ ପ୍ରକାଶ ପାଇଥିଲା। ଏହାର ସୁପରିଚାଳନା ପାଇଁ ଏକ ସବୁଜ ପରିବାର ଗଠନ ହୋଇଥିଲା। ଶିବଶମ୍ଭୁ ଗୌଡ଼ ସବୁଜ ପରିବାରର ସଂଯୋଜକ ଓ ଆଶିଷ ମହାନ୍ତି ସହ ସଂଯୋଜକ ଭାବେ ମନୋନୀତ ହୋଇଥିଲେ। ବୈଠକରେ ସଂଘର ବହୁ ସଦସ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।