Categories: ମେଟ୍ରୋ

ଫନୀ କ୍ଷତି: ତ୍ରୁଟିପୂର୍ଣ୍ଣ ତାଲିକା ବିରୋଧରେ ଦାବିପତ୍ର

ସାକ୍ଷୀଗୋପାଳ, ୨୭।୬(ଡି.ଏନ୍‌.ଏ.): ଫନୀ କ୍ଷତିଗ୍ରସ୍ତଙ୍କ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶନ ବିରୋଧରେ ହିନ୍ଦୁସ୍ଥାନ ନିର୍ମାଣ ଦଳ ତରଫରୁ ପୁରୀ ଜିଲାପାଳ, ଉପଜିଲାପାଳ ଏବଂ ସତ୍ୟବାଦୀ ତହସିଲଦାରଙ୍କୁ ଗୁରୁବାର ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ପୁନର୍ବାର ଯାଞ୍ଚ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରିବାକୁ ଉଲ୍ଲେଖ କରାଯାଇଛି। ବର୍ତ୍ତମାନର ସୂଚୀ ଅନୁସାରେ ୨୦ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଏହି ତାଲିକାରୁ ବାଦ୍‌ ପଡିଥିବା ଦଳର ଜିଲା ସଂଯୋଜକ କୈଳାଶଚନ୍ଦ୍ର ବରାଳ କହିଛନ୍ତି। ଏହି ତ୍ରୁଟିପୂର୍ଣ୍ଣ ତାଲିକା ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ସୁନିଲକୁମାର ପଣ୍ଡା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।

Share