Categories: ଜାତୀୟ

ତ୍ରୟମ୍ବକେଶ୍ୱର ମନ୍ଦିରରେ ପଶିଲା ବନ୍ୟାଜଳ

ନାସିକ,୪।୮: ମହାରାଷ୍ଟ୍ରରେ ଚଳିତ ବର୍ଷ ବନ୍ୟାରେ ସ୍ଥିତି ଗମ୍ଭିର ହୋଇଛି। ଏଠାକାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ମୁମ୍ବାଇ ସହର ଏବେବି ଜଳବନ୍ଦୀ ହୋଇ ରହିଛି। ଇତିମଧ୍ୟରେ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିବା ଦେଖାଯାଇଛି। ଫଳରେ ମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଏପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ରରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି।

Share