ତ୍ୱଚାକୁ ସୁସ୍ଥ ରଖେ ଟମାଟୋ

ଟମାଟୋ ଦେଖିବାକୁ ଯେତିକି ଆକର୍ଷଣୀୟ, ଖାଦ୍ୟକୁ ବି କରେ ସେତିକି ସ୍ବାଦିଷ୍ଟ। କେବଳ ଏତିକି ନୁହେଁ ଏଥିରେ ମଧ୍ୟ ଭରିରହିଛି ଏକାଧିକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଜାଣିରଖନ୍ତୁ ସୁନ୍ଦର ତ୍ୱଚା ଲାଗି ଟମାଟୋକୁ ବ୍ୟବହାର କରିବାର ବିଭିନ୍ନ ଉପାୟ…

– ଟମଟୋ ରସରେ ମହୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇଦିଅନ୍ତୁ। ଏହାଦ୍ୱାରା ଟମାଟୋରେ ଥିବା ବିଟା- କେରାଟିନ ଏବଂ ଲାଇକୋପିନ୍‌ ତ୍ୱଚାକୁ ଚିକଣ ଏବଂ ଉଜ୍ୱଳ କରିଥାଏ।
– ଟମାଟୋକୁ ଆପଣ କ୍ଲିଞ୍ଜର ଭାବେ ବ୍ୟବହାର କରିପାରିବେ। ଏହାକୁ ବାଟି କିମ୍ବା ରସ ବାହାର କରି କ୍ଷୀରରେ ମିଶାନ୍ତୁ। ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ବେକ ଏବଂ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ସଫା ରଖିବା ସହ ଗ୍ଲୋ ବଢ଼ାଇବାରେ ସାହାଯ୍ୟ କରିଥାଏ।
– ଟମାଟୋକୁ ଅଧା କାଟି ସେଥିରେ ଅଳ୍ପ ଚିନି ପକାଇ ଧୀରେ ଧୀରେ ମୁହଁରେ ଘଷିବା ଦ୍ୱାରା ଏହା ସ୍କ୍ରବ୍‌ ଭଳି କାର୍ଯ୍ୟ କରିଥାଏ। ଏହା ସ୍କିନ୍‌କୁ ଏକ୍ସଫୋଲିଏଟ୍‌ କରିବାରେ ବା ସ୍କିନ୍‌ରେ ଥିବା ଡେଡ୍‌ ସେଲ୍‌ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ବ୍ଲାକ୍‌ କିମ୍ବା ହ୍ବାଇଟ୍‌ ହେଡ୍‌ ସମସ୍ୟା ଦୂର କରିଥାଏ।
– ଚନ୍ଦନ ପାଉଡ଼ରରେ ଅଳ୍ବ ଗୋଲାପଜଳ ଏବଂ ଟମାଟୋ ରସ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ତ୍ୱଚା ଚମକଦାର ଏବଂ ସୁନ୍ଦର ଲାଗିଥାଏ।
– ଅଏଲି ତ୍ୱଚା ଅନେକଙ୍କ ମୁହଁରେ ବ୍ରଣ ସମସ୍ୟ ସୃଷ୍ଟି କରିଥାଏ। ତେଣୁ ଏହି ସମସ୍ୟା ଦୂର କରିବା ଲାଗି ଟମାଟୋ ରସରେ ଅଳ୍ପ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଅଏଲି ସ୍କିନ୍‌ ନର୍ମାଲ ହେବା ସହ ସ୍କିନ୍‌ ଟୋନ୍‌ ବି ବଢ଼ିଥାଏ।