ସୁନ୍ଦରତାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିିତ। ସମସ୍ତଙ୍କୁ ସୁନ୍ଦର ତ୍ୱଚାଟିଏ ଆବଶ୍ୟକ। ଏଥିଲାଗି ସେମାନେ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। କେତେକ ତ୍ୱଚାରେ ମିଳୁଥିବା ମହଙ୍ଗା ରସାୟନିକ ପଦାର୍ଥ ମଧ୍ୟ ଲଗାଇଥାନ୍ତି। ଏହାର ଅନେକ ପାର୍ଶ୍ୱ ପତିକ୍ରିୟା ଦେଖାଯାଇଥାଏ। ଅଜଣାତରେ ହେଉ ଅବା ଜଣାତରେ ଏପରି କିଛି ଜନିଷ ଅଛି ଯାହାକୁ ଲଗାଇବା ଦ୍ୱାରା ତ୍ୱଚା ଲାଗି ଅଧିକ କ୍ଷତିକାରକ ହୋଇଥାଏ। ତେବେ ଜାଣନ୍ତୁ ସେ ସବୁ କ’ଣ…
ସାବୁନ: ତ୍ୱଚାରେ ସାବୁନର ବ୍ୟବହାର ଆଦୌ ଉଚିତ ନୁହଁ। ଗ୍ରୀଷ୍ମ ଋତୁ ହେଉ କିମ୍ବା ଶୀତ କୌଣସି ସମୟରେ ଏହାର ବ୍ୟବହାର ଆଦୌ ଠିକ୍ ନୁହେଁ । ଶୀତଦିନେ ଏହା ତ୍ୱଚାକୁ ରୁକ୍ଷ କରିଦେଇଥାଏ।
ଟୁଥ୍ପେଷ୍ଟ: କେତେ ଜଣ ମୂଖ ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ଲାଗି ତ୍ୱଚାରେ ଟୁଥ୍ ପେଷ୍ଟର ବ୍ୟବହାର କରିଥାନ୍ତି। ଯଦିଓ ଏହା ବ୍ରଣ ଦୂର ରିଥାଏ। ମାତ୍ର ଏହା ତ୍ୱଚାର ଅନେକ କ୍ଷତି ଘଟାଇଥାଏ।
ବଡିଲୋଶନ: କିଛି ଲୋଶନ ହାତ ଗୋଡ଼ରେ ଲଗାଇବା ସମୟରେ ମୁହଁରେ ମାରି ଦେଇଥାନ୍ତି ଯାହା ଅଧିକ କ୍ଷତିକାରକ ହୋଇଥାଏ । ଶରୀରର ବିଭିନ୍ନ ଅଙ୍ଗ ତ୍ୱଚାଠାରୁ ପୃଥକ ତେଣୁ ଏହାକୁ ଲଗାଇବା ଠିକ୍ ହୋଇ ନ ଥାଏ।
ଗରମ ପାଣି : ଏଥିରେ ଗାଧୋଇବାକୁ ଅନେକ ପସନ୍ଦ କରିଥାନ୍ତି। ମାତ୍ର ଅତ୍ୟଧିକ ଗରମ ପାଣି ତ୍ୱଚା ଲାଗି ଠିକ୍ ହୋଇ ନଥାଏ।
ଶାମ୍ପୋ:
କେଶ ଧୋଇବା ସମୟରେ ଶାମ୍ପୋର ଫେଣ ମୁହଁରେ ଲାଗିଥାଏ। ବିଶେଷ ଭାବେ ଏଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ କାରଣ ଏହା ଅଧିକ କ୍ଷତି ଘଟାଇଥାଏ।