Advertisement

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ

ତ୍ୱଚାରେ ଚମକ ଦେବ ଫ୍ରୁଟ୍‌ ମାସ୍କ
କଦଳୀରେ ଭିଟାମିନ୍‌ ‘ବି’ ଏବଂ ‘ସି’ ଭରପୂର ମାତ୍ରାରେ ରହିଛି, ଯାହାକି ତ୍ୱଚାର ରଙ୍ଗ ସଫା କରିବା ସହ ତ୍ୱଚାକୁ ଟାଇଟ୍‌ ରଖିବାରେ ସାହାଯ୍ୟ କରିଥାଏ। ଅଳ୍ପ ପାଚିଲା କଦଳୀ ଚକଟାରେ ଏକ ଚାମଚ ଲେମ୍ବୁରସ ମିଶାଇ ମୁହଁ ଏବଂ ବେକରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
ଦୁଇ ଚାମଚ ପାଚିଲା ଆମ୍ବ ରସ, ଏକ ଚାମଚ ଦହି ଏବଂ ଏକ ଚାମଚ ମହୁର ମିଶ୍ରଣକୁ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଆମ୍ବରେ ଥିବା ଭିଟାମିନ୍‌ ‘ଏ’, ‘ଇ’ ଏବଂ ‘ସି’ ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ।
ଷ୍ଟ୍ରବେରୀରେ ଥିବା ପୋଷକ ତତ୍ତ୍ୱ ତ୍ୱଚାର ରଙ୍ଗ ପରିବର୍ତ୍ତନ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସଡାଣ୍ଟ୍‌ ତ୍ୱଚାକୁ କୁଞ୍ଚନ ହେବାରୁ ଦୂର କରିଥାଏ। ଷ୍ଟ୍ରବେରୀରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରି ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
ତ୍ୱଚା ପାଇଁ ଅମୃତଭଣ୍ଡା ପ୍ରାକୃତିକ କ୍ଲିଞ୍ଜର ଓ ଟୋନର ଭାବେ କାମ କରିଥାଏ। ଅମୃତଭଣ୍ଡାରୁ ମଞ୍ଜି ବାହାର କରି ଭଲଭାବେ ପେଷ୍ଟ୍‌ କରି ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ।
ଆପ୍ରିକଟ୍‌ (ଜେଉଟ)ରେ ରହିଛି ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’, ଯାହାକି ତ୍ୱଚାକୁ ନରମ ଓ କୋମଳ ରଖିଥାଏ। ଏଥିରୁ ମଞ୍ଜି ବାହାର କରି ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
ପିଚ୍‌ରେ ଥିବା ହାଇଡ୍ରୋଅକ୍ସିକ୍‌ ଏସିଡ୍‌ ମୃତ କୋଷିକାକୁ ବାହାର କରି ତ୍ୱଚାକୁ ଟାଇଟ୍‌ ରଖିଥାଏ। ଏହାକୁ ଗ୍ରାଇଣ୍ଡିଂ କରି ଏଥିରେ ଏକ ଚାମଚ ଦହି ମିଶାଇ ମୁହଁରେ ଲଗାନ୍ତୁ। ଶୁଖିଗଲା ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କରନ୍ତୁ ଫରକ୍‌ ଜାଣିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel