ତ୍ୱରିତ ଆଣ୍ଟିବଡି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୬।୪(ପି.ଟି.): ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) କୋଭିଡ୍‌-୧୯ ତ୍ୱରିତ୍‌ ଆଣ୍ଟିବଡି ପରୀକ୍ଷାର ସଠିକତାକୁ ପୁନଃଯାଞ୍ଚ କରୁଛି। ସେଥିପାଇଁ ଏହି ରାପିଡ୍‌ ଆଣ୍ଟିବଡି ପରୀକ୍ଷା କିଟ୍‌ର ବ୍ୟବହାର ସ୍ଥଗିତ ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ଚାଇନାର ଦୁଇଟି କମ୍ପାନୀ ଏହି ପରୀକ୍ଷା କିଟ୍‌ ଯୋଗାଇଥିଲେ। ଏଥିରେ ଠିକ୍‌ ଫଳାଫଳ ଆସୁ ନ ଥିବା କେତେକ ରାଜ୍ୟ ଅଭିଯୋଗ କରିବା ପରେ ଆଇସିଏମ୍‌ଆର୍‌ର ଏକ ଟିମ୍‌ ଏହାର ଅନୁଧ୍ୟାନ କରୁଛି।

Share