ଥକ୍କାପଣ ଦୂର କରିବାର ନୂଆ ଉପାୟ

କାର୍ଯ୍ୟଚାପରେ ଅନେକ ଥକି ପଡ଼ିଥାଆନ୍ତି। ଏଥିରୁ ନିଜକୁ ରକ୍ଷା କରିବାର ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ସକାରାତ୍ମକ ରଖନ୍ତି ତେବେ ତାହା ନିଜ ପାଇଁ ଲାଭପ୍ରଦ ହୋଇଥାଏ। ‘ଥକ୍କାପଣ ଓ ସକାରାତ୍ମକ ମାନସିକତା’ ଶୀର୍ଷକ ବିଷୟକୁ ନେଇ ଆମେରିକାସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏଥିରୁ ସେମାନେ ଜାଣିପାରିଥିଲେ ଯେ, ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ନିଜର ମାନସିକତାକୁ ସକାରାତ୍ମକ ରଖୁଛନ୍ତି ତେବେ ସେ ଅନେକାଂଶରେ ଥକ୍କାପଣଠାରୁ ନିଜକୁ ଦୂରେଇ ରଖିପାରିବେ। ତେଣୁ ଯୋଜନାବଦ୍ଧ ଭାବରେ ଏବଂ ନିଜ ସାମର୍ଥ୍ୟ ମଧ୍ୟରେ କାମ କଲେ ଜଣେ ଥକ୍କାପଣ ଅନୁଭବ କରିବ ନାହିଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।