ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର

କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର। ଏହାକୁ ସେଠାକାର ଆଞ୍ଚଳିକ ଭାଷାରେ କାଙ୍ଗରି ବା ଇଂରାଜୀରେ ଫାୟାର ପଟ୍‌ ବୋଲି କୁହାଯାଏ। ଯେତେବେଳେ କଶ୍ମୀରରେ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସି ଯାଇଥାଏ ସେତେବେଳେ ଏହାର ବ୍ୟବହାର ବଢିଯାଇଥାଏ। ଏହା କଶ୍ମୀର ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ। ପର୍ଯ୍ୟଟକ ଏହାକୁ ମୁଭିଙ୍ଗ ହିଟର ମଧ୍ୟ କହିଥାଆନ୍ତି। ଏକ ମାଟି ପାତ୍ରରେ ନିଆଁଥିବା ଅଙ୍ଗାରକୁ ରଖି ଏହାକୁ ଏକ ବାସ୍କେଟ ବା ହାତ ତିଆରି ଝୁଡିରେ ରଖାଯାଇଥାଏ। ଯାହାକୁ ସହଜରେ ସାଙ୍ଗରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନିଆଯାଇଥାଏ। ଏଥିରେ ସ୍ଥାନୀୟ କାରିଗରଙ୍କ କାରିଗରିର ଛାପ ସ୍ପଷ୍ଟ ଦେଖାଯାଇଥାଏ। ଏହା ଶିଳ୍ପର ଏକ ପ୍ରତିକ ହୋଇଥିବା ବେଳେ ପରିବେଶ ଅନୁକୂଳ ହୋଇଥିବାରୁ ‘କାଙ୍ଗରି’ ବହୁଳ ଭାବରେ ଶୀତଦିନେ କଶ୍ମୀରରେ ବ୍ୟବହାର କରାଯାଇଥାଏ।

Share