ଥଣ୍ଡା, କାଶ ପାଇଁ ଉପକାରୀ ଅଳେଇଚ

ଶରୀର ପାଇଁ ଅଳେଇଚ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡିକ ବାହାର କରିବାରେ ସହାୟକ ହୋଇଥାଏ। ଶ୍ୱାସରୋଗୀ ପ୍ରତିଦିନ ଅଳେଇଚ ଖାଇବା ଆବଶ୍ୟକ। ଥଣ୍ଡା-କାଶ, ମୁଖ-ଦୁର୍ଗନ୍ଧ ଦୂର ପାଇଁ ମଧ୍ୟ ଅଳେଇଚ ଉପକାରୀ ହୋଇଥାଏ। ଅଳେଇଚ ସେବନ କରିଲେ ରକ୍ତଚାପ ବି ନିୟନ୍ତ୍ରଣ ଭିତରେ ରହିଥାଏ। ଏଥିରେ ପୋଟାସିଅମ ଓ ଫାଇବର୍‌ ଅଧିକ ମାତ୍ରାରେ ଥିବା ଯୋଗୁ ରକ୍ତ ସଞ୍ଚାଳନ ଭଲ ହୁଏ। ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ମୁକ୍ତି ମିଳିଥାଏ। ରାତିରେ ଦୁଇଟି ଅଳେଇଚ ଖାଇ ପାଣି ପିଇଲେ ମହିଳାଙ୍କର କେଶ ମଜଭୁତ ହୋଇଥାଏ ଓ କେଶ ଝଡିବା ବନ୍ଦ ହୋଇଥାଏ।