ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଳ ଏଏପି ଆଗରେ ଥିବା କୁହାଯାଉଛି।
୨୦୧୫ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ୬୭ ଆସନ ଦଖଲ କରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଭାଜପାକୁ ମାତ୍ର ୩ ଆସନରେ ସଫଳତା ମିଳିଥିବାବେଳେ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ନ ଥିଲା। ଏହାର ୫ ବର୍ଷ ପରେ ଦିଲ୍ଲୀବାସୀ ପୁଣିଥରେ ସେମାନଙ୍କ ପ୍ରତିନିଧି ବାଛିବାକୁ ଯାଉଥିବାବେଳେ ଗୁରୁବାର ତିନି ପ୍ରମୁଖ ଦଳ ନିଜ ନିଜ ଶେଷଅସ୍ତ୍ର ଚଳାଇଛନ୍ତି। ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଉତ୍ତରପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଦିଲ୍ଲୀ ସଭାପତି ମନୋଜ ତିଓ୍ବାରୀ ଘନ ଘନ ପ୍ରଚାର ଚଳାଇଥିବାବେଳେ ଏଏପିର ପ୍ରଚାର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ନିଜ ଦଳର ସ୍ଥିତି ବଞ୍ଚାଇବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି। କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶୀଲା ଦୀକ୍ଷିତଙ୍କ ୧୫ ବର୍ଷ ଶାସନକୁ ଆୟୁଧ କରି ‘କଂଗ୍ରେସଓ୍ବାଲୀ ଦିଲ୍ଲୀ’ର ନାରା ଦେଇଛି।
ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମ ଭୋଟ ବ୍ୟାଙ୍କ ଜାତି ଧର୍ମ ଆଧାରରେ ନୁହେଁ, ବରଂ ବିଗତ ୫ ବର୍ଷରେ ଆମ କାମକୁ ନେଇ ମତଦାତା ଭୋଟ ଦେବେ। ଯେଉଁ ଭୋଟର ଭଲ ଶିକ୍ଷା, ସ୍ବାସ୍ଥ୍ୟସେବା, ଆଧୁନିକ ରାସ୍ତାଘାଟ ଓ ୨୪ ଘଣ୍ଟା ବିଦ୍ୟୁତ୍‌ ଚାହାନ୍ତି ସେମାନେ ଆମ ସପକ୍ଷରେ ମତଦାନ କରିବେ। ଏହି ନିର୍ବାଚନ ଦେଶରେ ଏକ ନୂଆ ଧରଣର ରାଜନୀତିକୁ ପ୍ରତିଷ୍ଠା କରିବ, ଯାହାକି କାର୍ଯ୍ୟ ଓ ପ୍ରଦର୍ଶନ ଉପରେ ପର୍ଯ୍ୟବସିତ। ଭାଜପା ଏବେ ସିଏଏ ବିରୋଧୀ ବିକ୍ଷୋଭ ଚାଲିଥିବା ଶାହିନବାଗ କଥା କହୁଛି। କିନ୍ତୁ ଦିଲ୍ଲୀର ଅନଧିକୃତ କଲୋନୀ ବିଷୟ ଭୁଲିଯାଇଛି। କଂଗ୍ରେସ କ୍ଷମତାରେ ଥିବାବେଳେ ବେଆଇନ କଲୋନୀଗୁଡ଼ିକୁ ନେଇ ଭାଜପା ଲୋକଙ୍କୁ ବୋକା ବନାଉଥିଲା। ଏବେ ଆଉ ତାହା ଚଳିବ ନାହିଁ। ପ୍ରକାଶ ଯେ, ଏଏପି ଏଥର ୧୫ ବିଧାୟକଙ୍କୁ ବାଦ୍‌ ଦେଇଛି। ଏହାସହ ୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ହେଉଛନ୍ତି ନୂଆମୁହଁ।
ସେପଟେ ଶାହିନବାଗକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଉଭୟ ଏଏପି ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଶାହିନବାଗରେ ଚାଲିଥିବା ସିଏଏ ବିରୋଧୀ ବିକ୍ଷୋଭ ଏହି ଦୁଇଦଳର ଜଏଣ୍ଟ ଭେଞ୍ଜର। ନିର୍ବାଚନ ଫଳ ପ୍ରକାଶ ପାଇଲେ ‘ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌’କୁ ଝଟକା ଲାଗିବ ବୋଲି ଶାହା ଏକ ରୋଡ୍‌ ଶୋ’ ବେଳେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁର୍ଜଓ୍ବୋଲା କହିଛନ୍ତି, ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ ଆମ ପ୍ରଦର୍ଶନରେ ଉନ୍ନତି ଆସିଥିଲା। ଏଥର ଦିଲ୍ଲୀ ନିର୍ବାଚନରେ ମଧ୍ୟ ଆମେ ଭଲ କରିବୁ। କେନ୍ଦ୍ରର ଭାଜପା ଓ ଦିଲ୍ଲୀର ଏଏପି ସରକାର ମିଥ୍ୟାର ସରକାର। ଜାତୀୟ ରାଜଧାନୀରେ ଏଏପି ପୁଣିଥରେ ‘ଦଙ୍ଗଲଓ୍ବାଲୀ ସରକାର’ ଆଣିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଭାଜପା ‘ଦଙ୍ଗା ସରକାର’ ଚାହୁଁଛି। ଆମେ ‘ଦିଲ୍ଲୀଓ୍ବାଲୀ ସରକାର’ ଆଣିବୁ ବୋଲି ସୁର୍ଜଓ୍ବୋଲା କହିଛନ୍ତି। ଇତିମଧ୍ୟରେ ନିର୍ବାଚନ କମିଶନ (ଇସି) ୟୁପି ମୁଖ୍ୟମନ୍ତ୍ରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। କେଜ୍‌ରିଓ୍ବାଲ ଶାହିନବାଗରେ ଆତଙ୍କବାଦୀଙ୍କୁ ବିରିୟାନି ଖୁଆଉଛନ୍ତି ବୋଲି ଯୋଗୀ ଏକ ସଭାରେ ମନ୍ତବ୍ୟ ଦେଇଥିଲେ। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଦର୍ଶାଇ ଇସି ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଜବାବ ଦାଖଲ କରିବାକୁ ଯୋଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri