ଥମୁନି ଆମାଜନ ଜଙ୍ଗଲର ନିଆଁ, ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ ଜାରି

ହୁମାଇଟା,୨୫।୮: ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ଦୁଇ ସପ୍ତାହ ହେଲା ଜଳୁଛି। ଏହି ନିଆଁ ଲିଭିବାର ନାଁ ଧରୁନି। ବ୍ରାଜିଲ୍‌ ଏବଂ ବୋଲଭିଆ ପରେ ପରାଗୁଏ ଆଡେ ଏହି ନିଆଁ ଏବେ ବ୍ୟାପିବାରେ ଲାଗିଛି। ନିଆଁ ଲିଭାଇବା ପାଇଁ ବ୍ରାଜିଲ୍‌ ସେନା ବିଫଳ ହୋଇଛନ୍ତି। ଏହାକୁ ନେଇ ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ କରାଯାଇଛି। ନିଆଁ ଲିଭାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଦାବିରେ ବ୍ରାଜିଲର ବିଭିନ୍ନ ସହରରେ ପରିବେଶ ସୁରକ୍ଷା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ବିରୋଧରେ ସାରା ବିଶ୍ୱ ସଂଘର୍ଷ କରୁଥିତ୍ବାବେଳେ ବିଶ୍ୱର ଫୁସଫୁସ୍‌ କୁହାଯାଉଥିବା ଆମାଜନ ଜଙ୍ଗଲ ନିଆଁ ଏହାକୁ ବଡ଼ ଝଟକା ଦେଇଥିବା ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି। ସୂଚନାଯୋଗ୍ୟ, ବିଶ୍ୱର ବୃହତ କାର୍ବନ ଭଣ୍ଡାର ଆମାଜନ ବିଶ୍ୱ ତାପମାତ୍ରା ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିରେ ୩ ନିୟୁତ ପ୍ରକାରର ଉଦ୍ଭିଦ ଓ ପ୍ରାଣୀଙ୍କ ସମେତ ୧୦ ଲକ୍ଷ ଆଦିମ ଅଧିବାସୀ ବସବାସ କରୁଛନ୍ତି।

Share