Advertisement

ଥମୁନି କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ୯୧ ହଜାର ଛୁଇଁଲା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୮।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ସୋମବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ୯୧ ହଜାର ୬୩୪ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬ ହଜାର ୧୯୨ ରହିଛି। ଇତିମଧ୍ୟରେ ୩୪ ଲକ୍ଷ ୬୧ ହଜାର ୬୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୨ ଲକ୍ଷ ୨୪ ହଜାର ୩୮୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା କରୋନା ଓ୍ବାଲର୍‌ଡ ମିଟର ରିପୋର୍ଟରେ ପ୍ରକାଶ ପାଇଛି। ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୧ ଲକ୍ଷ ୭୦ ହଜାର ୬୨୮ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟଥିବାବେଳେ ୫୩ ହଜାର ୭୫୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୭ ହଜାର ୪୪୯ ଥିବାବେଳେ ମୃତକଙ୍କ ସଂଖ୍ୟା ଲକ୍ଷେ ୧୨ ହଜାର ୪୬୯ରେ ପହଞ୍ଚିଛି। ସେହିପରି ସଂକ୍ରମିତ ସଂଖ୍ୟା ଅନୁସାରେ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୧ ହଜାର ୯୬୨ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୩୭ ହଜାର ୩୧୨ ରହିଛି। ରୁଷ୍‌ରେ ୪ ଲକ୍ଷ ୬୭ ହଜାର ୬୭୩ ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତକଙ୍କ ସଂଖ୍ୟା ୫,୮୫୯ ରହିିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share