Categories: ଜାତୀୟ

ଥମୁନି ଦିଲ୍ଲୀ ହିଂସା: ସେନା ମୁତୟନ କରିବାକୁ କେଜରିଓ୍ବାଲଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୬।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଆବଶ୍ୟକସ୍ଥଳରେ କର୍ଫ୍ୟୁ ଲଗାଇବା ସହିତ ସେନା ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ପରାମର୍ଶ ଦେଇଛନ୍ତି। ବୁଧବାର କେଜରିଓ୍ବାଲ ଏଭଳି କହିଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଇତିମଧ୍ୟରେ ହିଂସାକାଣ୍ଡ ଯୋଗୁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ଅତିରିକ୍ତ ୮୦୦୦ ଯବାନଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି।

Share