ପୋର୍ଟବ୍ଲେୟାର,୧୮।୬: ଆଣ୍ଡାମାନ-ନିକୋବରରେ ମଙ୍ଗଳବାର ଭୋର୍ ୩ଟା ୪୯ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଶୋଇଥିବା ଅବସ୍ଥାରେ ଭୂକମ୍ପ ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଆଣ୍ଡାମାନ୍-ନିକୋବର ଭୂକମ୍ପ ପ୍ରବଣ ଜୋନ୍ରେ ରହିଛି। ତେଣୁ ଏଠାରେ ଅଧିକାଂଶ ସମୟରେ ଭୂକମ୍ପ ଅନୁଭୁତ ହୋଇଥାଏ।