ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୭।୬; ପୂର୍ବ ଇଣ୍ଡୋନେସିଆରେ ସୋମବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୨। ହେଲେ ଏଥିରେ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ୟୁରୋପିୟାନ ମେଡିଟରାନିଅନ ସିସମୋଲୋଜିକାଲ ସେଣ୍ଟରର ସୂଚନା ମୁତାବକ, ତିରୋର ଦ୍ୱୀପର କୁପାଙ୍ଗ ସହରଠାରୁ ୧୩୩ କିଲୋମିଟର ଉତ୍ତର ପୂର୍ବରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି। ଏହାକୁ ନେଇ କୌଣସି ସୁନାମୀ ସତର୍କତା ଜାରି କରାଯାଇ ନାହିଁ।

Share