ଥରିଲା ଇରାନ୍‌

ତେହେରାନ୍‌,୨।୧: ଇରାନ୍‌ର ଉତ୍ତରପଶ୍ଚିମ ଅଞ୍ଚଳରେ ଗୁରୁବାର ସକାଳ ୮ଟା ୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୮ଥିଲା ବୋଲି ସ୍ଥାନୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଖୋରାସାନ୍‌ ରାଜ୍‌ଭୀ ପ୍ରଦେଶରେ ତୋରବତ୍‌-ଇ-ହେୟଦାରିୟାଠାରେ ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂପୃଷ୍ଠର ୮ କିମି ତଳେ ଭୂକମ୍ପର କେନ୍ଦ୍ର ରହିଥିବା ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

Share